ସଂସ୍କୃତ ଅଭ୍ୟାସ
ସଂସ୍କୃତ ଅଭ୍ୟାସ
ଅଭ୍ୟାସରୁ ହିଁ ନିପୁଣତା ହାସଲ ହୁଏ। ଏବଂ ଏହା ହିଁ ସଂସ୍କୃତ ଅଭ୍ୟାସର ଚରମ ଲକ୍ଷ୍ୟ ଅଟେ। ସଂସ୍କୃତ ବ୍ୟାକରଣରେ ଆପଣଙ୍କୁ ନିପୁଣତା ହାସଲ କରିବାରେ ସାହାଯ୍ୟ କରିବାର ସଂକଳ୍ପ ସହିତ ଏହି ୱେବସାଇଟ୍ ତିଆରି କରାଯାଇଛି। ଏଠାରେ ପ୍ରଦତ୍ତ ଅସଂଖ୍ୟ ଅଭ୍ୟାସ ସାହାଯ୍ୟରେ ସଂସ୍କୃତ ଛାତ୍ରଛାତ୍ରୀମାନେ ସେମାନଙ୍କର ବ୍ୟାକରଣକୁ ସୁଧାରିପାରିବେ।
ବିଶେଷ୍ୟ
ସଂସ୍କୃତରେ ଏକ ବିଶେଷ୍ୟର ମୂଳ ରୂପକୁ ପ୍ରାତିପଦିକ କୁହାଯାଏ। ବିଭକ୍ତି, ଶେଷ ଅକ୍ଷର, ଲିଙ୍ଗ ଏବଂ ବଚନ ଆଧାରରେ ପ୍ରତ୍ୟେକ ପ୍ରାତିପଦିକ ଅନେକ ରୂପ ଧାରଣ କରିଥାଏ। ୭ଟି ବିଭକ୍ତି ଏବଂ ତିନିଟି ବଚନର ପ୍ରତ୍ୟୟଗୁଡ଼ିକ ସହ ମିଶିଲେ ପ୍ରତ୍ୟେକ ପ୍ରାତିପଦିକ ୨୧ଟି ରୂପ ପାଇଥାଏ। ତାହାକୁ ଶବ୍ଦ ରୂପ ବା ବିଭକ୍ତି ରୂପ କୁହାଯାଇଥାଏ। ସମ୍ବୋଧନ ବିଭକ୍ତିକୁ ପ୍ରଥମା ବିଭକ୍ତି ଭାବେ ଗଣନା କରାଯାଇଥାଏ, ତେଣୁ ତାହାକୁ ଏକ ସ୍ୱତନ୍ତ୍ର ବିଭକ୍ତି ଭାବେ ବିବେଚନା କରାଯାଇ ନ ଥାଏ। ଅଷ୍ଟାଧ୍ୟାୟୀର ସୂତ୍ରଗୁଡ଼ିକ ଉପରେ ଆଧାରିତ ନିୟମାବଳୀ ଅନୁଯାୟୀ ପ୍ରସ୍ତୁତ କରାଯାଇଥିବା ସୂଚୀ ଏବଂ ଅଭ୍ୟାସ ଦ୍ୱାରା ପ୍ରାତିପଦିକରୁ ବିଶେଷ୍ୟଗୁଡ଼ିକର ନିର୍ମାଣରେ ନିପୁଣତା ହାସଲ କରନ୍ତୁ।
କ୍ରିୟା ପଦ
କୌଣସି କ୍ରିୟାକୁ ସୂଚାଉଥିବା ଶବ୍ଦଗୁଡ଼ିକୁ କ୍ରିୟାପଦ କୁହାଯାଏ। କ୍ରିୟାପଦର ମୂଳ ରୂପକୁ ‘ଧାତୁ’ କୁହାଯାଏ। ଗୋଟିଏ ଧାତୁରୁ ଏକାଧିକ କ୍ରିୟାପଦ ଗଠନ କରାଯାଇପାରିବ। ଏହାକୁ ଧାତୁରୂପ କୁହାଯାଏ। ସଂସ୍କୃତ କ୍ରିୟାପଦଗୁଡ଼ିକୁ ଦଶଟି ସମୂହରେ ବର୍ଗୀକୃତ କରାଯାଇଛି। ସେଗୁଡ଼ିକର ଧାତୁରୂପକୁ ତିନୋଟି ପୁରୁଷ, ତିନୋଟି ପଦ, ତିନୋଟି ପ୍ରୟୋଗ, ତିନୋଟି ବଚନ ଏବଂ ତିନୋଟି ଲକାର ଅନୁସାରେ ଗଠନ କରାଯାଇଥାଏ। ଅଷ୍ଟାଧ୍ୟାୟୀ ସୂତ୍ରଗୁଡ଼ିକ ଉପରେ ଆଧାରିତ ନିୟମାବଳୀ ଅନୁଯାୟୀ ପ୍ରସ୍ତୁତ କରାଯାଇଥିବା ଏହି ସୂଚୀ ଏବଂ ଅଭ୍ୟାସଗୁଡ଼ିକ ସାହାଯ୍ୟରେ ଧାତୁରୁ କ୍ରିୟାପଦ ଗଠନ କରିବାରେ ବିଶେଷଜ୍ଞତା ହାସଲ କରନ୍ତୁ।
ସର୍ବନାମ
ସଂସ୍କୃତରେ, ଯେଉଁ ନାମ ସମସ୍ତଙ୍କୁ କିମ୍ବା କାହାରିକୁ ବି ଦିଆଯାଇପାରିବ ତାହାକୁ ସର୍ବନାମ କୁହନ୍ତି। ସର୍ବନାମଗୁଡ଼ିକ ‘‘ସର୍ବାଦୀନି ସର୍ବନାମାନି’’ ନାମକ ସୂତ୍ର ବ୍ୟବହାର କରି ଗଠିତ ହୋଇଥାଏ। ଏହି ସୂତ୍ର ଅନୁସାରେ, ସର୍ବାଦିଗଣରେ ବିଦ୍ୟମାନ ସର୍ବ, ବିଶ୍ୱ, ଉଭ ଭଳି ଶବ୍ଦଗୁଡ଼ିକୁ ସର୍ବନାମ କୁହାଯାଇଛି। ବିଶେଷ୍ୟ ଭଳି, ସର୍ବନାମର ମୂଳ ରୂପକୁ ମଧ୍ୟ ପ୍ରାତିପଦିକ କୁହାଯାଏ। ସର୍ବନାମର ପ୍ରାତିପଦିକର ମଧ୍ୟ ୨୧ଟି ରୂପ ରହିଥାଏ। ଅଷ୍ଟାଧ୍ୟାୟୀ ସୂତ୍ରଗୁଡ଼ିକ ଉପରେ ଆଧାରିତ ନିୟମାବଳୀ ଅନୁଯାୟୀ ପ୍ରସ୍ତୁତ କରାଯାଇଥିବା ଏହି ସୂଚୀ ଏବଂ ଅଭ୍ୟାସଗୁଡ଼ିକ ସାହାଯ୍ୟରେ ପ୍ରାତିପଦିକାରୁ ସର୍ବନାମ ଗଠନ କରିବାରେ ନିପୁଣତା ଲାଭ କରନ୍ତୁ।
କୃତ୍ ପ୍ରତ୍ୟୟ
ସଂସ୍କୃତରେ, ପ୍ରତ୍ୟୟ ସେହି ଶବ୍ଦାଂଶଗୁଡ଼ିକୁ କୁହାଯାଏ, ଯେଉଁଗୁଡ଼ିକ ଯେକୌଣସି ଶବ୍ଦର ଶେଷରେ ଯୋଗ ହୋଇ ସମ୍ପୃକ୍ତ ଶବ୍ଦର ଅର୍ଥକୁ ବଦଳାଇଦେଇଥାଏ। ଧାତୁରେ ବ୍ୟବହୃତ ହୋଇଥିବା ପ୍ରତ୍ୟୟଗୁଡ଼ିକୁ କୃତ୍ ପ୍ରତ୍ୟୟ କୁହାଯାଏ। କୃତ୍ ପ୍ରତ୍ୟୟ ବ୍ୟବହାର କରି ଗଠିତ ହୋଇଥିବା ଶବ୍ଦଗୁଡ଼ିକ କୃଦନ୍ତ କୁହାଯାଏ। ଅଷ୍ଟାଧ୍ୟାୟୀର ସୂତ୍ରଗୁଡ଼ିକ ଉପରେ ଆଧାରିତ ନିୟମାବଳୀ ଅନୁଯାୟୀ ପ୍ରସ୍ତୁତ କରାଯାଇଥିବା ସୂଚୀ ଏବଂ ଅଭ୍ୟାସ ଦ୍ୱାରା କୃତ୍ ପ୍ରତ୍ୟୟ ବ୍ୟବହାର କରି ଧାତୁରୁ କୃଦନ୍ତ ଗଠନରେ ବିଶେଷଜ୍ଞତା ହାସଲ କରନ୍ତୁ।
ତଦ୍ଧିତ ପ୍ରତ୍ୟୟ
ସଂସ୍କୃତରେ, ପ୍ରତ୍ୟୟ ସେହି ଶବ୍ଦାଂଶଗୁଡ଼ିକୁ କୁହାଯାଏ, ଯେଉଁଗୁଡ଼ିକ ଯେକୌଣସି ଶବ୍ଦର ଶେଷରେ ଯୋଗ ହୋଇ ସମ୍ପୃକ୍ତ ଶବ୍ଦର ଅର୍ଥକୁ ବଦଳାଇଦେଇଥାଏ। ପ୍ରାତିପଦିକ ଅନ୍ତରେ ଯୋଗ ହେଉଥିବା ପ୍ରତ୍ୟୟଗୁଡ଼ିକୁ ‘ତଦ୍ଧିତ’ ପ୍ରତ୍ୟୟ କୁହାଯାଏ। ତଦ୍ଧିତ ପ୍ରତ୍ୟୟଗୁଡ଼ିକର ଯୋଗରେ ଗଠିତ ହୋଇଥିବା ଶବ୍ଦଗୁଡ଼ିକୁ ‘ତଦ୍ଧିତାନ୍ତ’ କୁହାଯାଏ। ଅଷ୍ଟାଧ୍ୟାୟୀର ସୂତ୍ରଗୁଡ଼ିକ ଉପରେ ଆଧାରିତ ନିୟମାବଳୀ ଅନୁଯାୟୀ ପ୍ରସ୍ତୁତ କରାଯାଇଥିବା ସୂଚୀ ଏବଂ ଅଭ୍ୟାସ ଦ୍ୱାରା ତଦ୍ଧିତ ପ୍ରତ୍ୟୟ ବ୍ୟବହାର କରି ପ୍ରାତିପଦିକରୁ ତଦ୍ଧିତାନ୍ତ ଗଠନରେ ବିଶେଷଜ୍ଞତା ହାସଲ କରନ୍ତୁ।
ସଂଖ୍ୟା
ସଂସ୍କୃତରେ, ସଂଖ୍ୟା ବିଶେଷ୍ୟଗୁଡ଼ିକର ଅଂଶବିଶେଷ ଅଟେ, ଯାହା ସଂଖ୍ୟାକୁ ସୂଚାଇଥାଏ। କେବଳ ଅଧ୍ୟୟନକୁ ସହଜ କରିବା ପାଇଁ ଏହି ସାଇଟ୍ରେ ସେଗୁଡ଼ିକୁ ପୃଥକ ଭାବେ ବର୍ଗୀକୃତ କରାଯାଇଛି। ଅଷ୍ଟାଧ୍ୟାୟୀ ସୂତ୍ରଗୁଡ଼ିକ ଉପରେ ଆଧାରିତ ନିୟମାବଳୀ ଅନୁଯାୟୀ ପ୍ରସ୍ତୁତ କରାଯାଇଥିବା ଏହି ସୂଚୀ ଏବଂ ଅଭ୍ୟାସଗୁଡ଼ିକ ସହିତ ପ୍ରାତିପଦିକାରୁ ସଂଖ୍ୟା ଗଠନ କରିବା ଶିଖନ୍ତୁ।